ଦୁବାଇ: ଚଳିତ ବର୍ଷ ଆଇପିଏଲର ଆଜି ୫୨ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗସ ପଡିଆକୁ ଓହ୍ଲାଇବ । ସେପଟେ ସଂନ୍ଧ୍ୟା ୭.୩୦ରେ ଦୁବାଇରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ କଲିକତା ନାଇଟ ରାଇର୍ଡସ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ୧୩ଟି ମ୍ୟାଚ ଖେଳି ୫ଟି ମ୍ୟାଚକୁ ଜିତିଛି । ଏହା ସହ ଚଳିତବର୍ଷ ଆଇପିଏଲ ପ୍ଲେ ଅଫରୁ ବାଦ ପଡିଛି । ତେଣୁ ଆଜି ବିପକ୍ଷ ଦଳ ପଞ୍ଜାବ ଠାରୁ ମ୍ୟାଚକୁ ଜିତି ଆଇପିଏଲର ଅଭିଯାନ ଶେଷ କରିବା ଲକ୍ଷରେ ରହିଛି ସିଏସକେ । ଯଦି ଆମେ ବିପକ୍ଷ ଦଳ ପଞ୍ଜାବକୁ ଦେଖିବା, ଆଜିର ମ୍ୟାଚ ପଞ୍ଜାବ ଦଳ ପାଇଁ କର ବା ମର ମ୍ୟାଚ ହେବାକୁ ଯାଉଛି । ଦଳକୁ ପ୍ଲେ ଅଫ ଆଶା ବଜାୟ ରଖିବାକୁ ହେଲେ ଆଜିର ମ୍ୟାଚ ଜିତିବା, ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପଞ୍ଜାବ ଆଜିର ମ୍ୟାଚ ଯଦି ଜିତୁଛି, ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ପାଖରୁ ହାରିବା ପାଇଁ ପଡିବ । ତେବେ ଯାଇ ପଞ୍ଜାବ ପ୍ଲେ ଅଫରେ ନିଜ ସ୍ଥାନ ବଜାୟ ରଖିପାରିବ । ଦଳର କ୍ୟାପଟେନ କେ.ଏଲ ରାହୁଲ ଚଳିତ ବର୍ଷ ଆଇପିଏଲରେ ସର୍ବାଧିକ ସ୍କୋର କରି ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି । ଅନ୍ୟପଟେ ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଦମଦାର ବ୍ୟାଟିଂ କରୁଛନ୍ତି । ସେହିପରି ଦଳର ବୋଲିଂ ଦିନକୁ ଦିନ ଭଲ ହେବାରେ ଲାଗିଛି । ତେଣୁ ଆଜିର ମ୍ୟାଚ ଦେଖିବା ପାଇଁ କ୍ରିଡାପ୍ରେମୀଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଭରି ରହିଛି ।
ସେହିପରି ଦ୍ୱିତୀୟ ମ୍ୟାଚରେ, ଷ୍ଟିଭ ସ୍ମିତଙ୍କ ନେତୃତ୍ୱାଧିନ ରାଜସ୍ଥାନ ଦଳ ୧୩ଟି ମ୍ୟାଚ ଖେଳି ୬ଟି ମ୍ୟାଚକୁ ଜିତିଛି । ରାଜସ୍ଥାନ ଦଳ ଦିନକୁ ଦିନ ତା’ର ପ୍ରଦର୍ଶନ ଭଲ ହେବାରେ ଲାଗିଛି । ଦଳର ଉଭୟ ବ୍ୟାଟସମ୍ୟାନ ଓ ବୋଲର ଚମକ୍ରାର ପ୍ରଦର୍ଶନ କରିବାର ଦେଖିବା ପାଇଁ ମିଳୁଛି । ସେହିପରି ବିପକ୍ଷ ଦଳ କଲିକତାକୁ ଯଦି ଆମେ ଦେଖିବା, ଦଳକୁ ପ୍ଲେ ଅଫ ଦୌଡରେ ତିଷ୍ଠି ରହିବା ପାଇଁ ହେଲେ ଆଜିର ମ୍ୟାଚ ଜିତିବା ନିହାତି ଆବଶ୍ୟକ । ତେବେ ଆଜିର ମ୍ୟାଚ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0