ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୦ ଜଣ ସଂଗରୋଧ ଓ ୬୩ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୨୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ୟ୍ୟନ୍ତ ୨୯ ହଜାର ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ହଜାର ୭୪୪ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧ ହଜାର ୩୦୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0