ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଆଜିଠୁ ଜାରି ହେବ ନୂଆ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ । ଏଲପିଜି ସିଲିଣ୍ଡର ଡେଲିଭରି ଠାରୁ ଆରମ୍ଭ କରି ଗ୍ୟାସ ଦରରେ ହେବ ବଡ ପରିବର୍ତ୍ତନ । ଆଜିଠାରୁ ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିଲା ନିୟମ । ଏଣିକି ଓଟିପି ନଦେଲେ ମିଳିବନି ଗ୍ୟାସ । ତେବେ ଗ୍ୟାସ ସିଲିଣ୍ଡର ବୁକ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ । ନୂଆ ସିଲିଣ୍ଡର ପଲିସି ଅନୁସାରେ, ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ନାଁ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ କରିବାକୁ ହେବ । ଗ୍ରାହକଙ୍କ ଠିକଣା ଭୁଲ ଥିଲେ ବିତରଣ ବନ୍ଦ କରିଦିଆଯିବ । ତେବେ ଏହି ବ୍ୟବସ୍ଥା କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ ହେବ । ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗ୍ୟାସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ଜାରି କଲା ଇଣ୍ଡିଆନ ଗ୍ୟାସ । ଏହି ନମ୍ବର ଜରିଆରେ ଆପଣ ଗ୍ୟାସ ବୁକ କରିପାରିବେ । ଏଲପିଜି ଗ୍ୟାସ ବୁକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ୭୭୧୮୯୫୫୫୫୫ରେ ଏସଏମଏସ କରିବାକୁ ପଡିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0