ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଶ୍ରମନ୍ଦିରରେ ଆଜି ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କରୋନ ପାଇଁ ଏପର୍ଯ୍ୟନ୍ତ ମନ୍ଦିର ଖୋଲା ଯାଇନଥିଲେ ମଧ୍ୟ ଭକ୍ତ ମନ ମାନୁନି । ଜଗା ଦର୍ଶନ ନହେଲା ନାହଁ ବାହାରୁ ମନ୍ଦିର ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଭିଡ । ଆଜି ମହାପ୍ରଭୁଙ୍କର ରାଧାଦାମୋଦର ବେଶ ହୋଇଥିବାରୁ ସ୍ୱତନ୍ତ୍ର ବାଳଭୋଗ ନୀତି ଅନୁଷ୍ଠିତ ହୋଇଛି । ଗତକାଲି ପତିିପାବନ ଦର୍ଶନ ଏବଂ ମହାପ୍ରସାଦ ନେବା ବେଳେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା । ଏଥିରେ ସାମାଜିକ ଦୂରତା ଏବଂ କୋଭିଡ଼ ନିୟମର ଖୋଲା ଉଲଘଂନ ହୋଇଛି ।
ସେପଟେ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ମନ୍ଦିର ବନ୍ଦ ଥିବାରୁ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଶୈବ ପିଠ ଖାଁ ଖାଁ ରହିଛି । ବିଶେଷ କରି ଆଠଗଡ଼ ଧବଳେଶ୍ୱର ପୀଠରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଗହଳି ଲାଗିଥାଏ । କିନ୍ତୁ ଏବର୍ଷ ନୀତିକାନ୍ତି ହୋଇଥିଲେ ମଧ୍ୟ ଖାଁ ଖାଁ ରହିଛି ଧବଳେଶ୍ୱର ପୀଠ ।
କାର୍ତ୍ତିକମାସରେ ହଜାର ହଜାର ବ୍ରତଧାରୀମାନେ ଶ୍ରୀମନ୍ଦିରକୁ ଛୁଟିଆସିଥାନ୍ତି । କିନ୍ତୁ କରୋନା କଟକଣା ଯୋଗୁଁ ଶ୍ରମନ୍ଦୀର ପୁରା ଜନଶୂନ୍ୟ ହୋଇପଡ଼ିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0