spot_img

୨ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର ୧୬।୦୭:  ଗୋଟିଏ ପଟେ ରାଜ୍ୟରେ ହୁ ହୁ ବଢିଚାଲିଛି କରୋନାରେ ସଂକ୍ରମିତଙ୍କ ସଂଖ୍ୟା ତ ଆଉ ଗୋଟିଏ ପଟେ ପ୍ରାଣ ହରାଉଛନ୍ତି ସଂକ୍ରମିତ । ତେବେ ଆଜି ରାଜ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି  । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୭୯ରେ ପହଁଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।

ଆଜି ଆଜି ମୃତ୍ୟୁବରଣ କରିଥିବା ୨ଜଣ ଯାକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ମୃତକ ଦୁଇଜଣ ମଧ୍ୟ ଅନ୍ୟ ରୋଗରେ ପୀଡିତ ଥିଲେ । ଦୁଇଜଣ ଯାକ ପୁରୁଷ ବୋଲି ଜଣାପଡିଛି । ଜଣଙ୍କ ବୟସ ୫୧ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୩୪ ବର୍ଷ ବୋଲି ଜଣାପଡିଛି । ଫଳରେ ଗଞ୍ଜାମ ଜିଲ୍ଲାର କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular