spot_img

ଦେଖିବାକୁ ମିଳୁଛି ଅଜବ ପ୍ରଜାତିର ବେଙ୍ଗ

ଦୁନିଆରେ ବିଭିନ୍ନ ପ୍ରଜାତିର କୀଟ ପତଙ୍ଗ ରହିଛନ୍ତି । କିନ୍ତୁ ଆମେ ଏଠାରେ ଯେଉଁ ବେଙ୍ଗ କଥା କହୁଛୁ, ତାହା ସାଧାରଣ ବେଙ୍ଗ ପରି ନୁହେଁ । ଏହାର ଆକାର ଓ ରଙ୍ଗ ପାଇଁ ଏହା ଚର୍ଚ୍ଚାରେ । ଆପଣମାନେ ବି ଏହି ବେଙ୍ଗକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହାର ରଙ୍ଗ ହଳଦିଆ । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରେ ଶହ ଶହ ସଂଖ୍ୟାରେ ଏହି ବେଙ୍ଗମାନେ ଭାସୁଥିବାର ଦେଖାଯାଇଛି । ଏହାର ରଙ୍ଗ ହଳଦିଆ ହୋଇଥିବାରୁ ବିଷଧର ହୋଇଥିବା ଅନୁମାନ କରି ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଏହି ବେଙ୍ଗକୁ ‘ଇଣ୍ଡିଆନ ବୁଲ ଫ୍ରଗ୍’ ବୋଲି କୁହାଯାଏ । ପ୍ରଜନନ ସମୟରେ ଏମାନେ ନିଜର ରଙ୍ଗ ବଦଳାଇ ଥାଆନ୍ତି । ପରିବେଶବିତଙ୍କ ମତରେ ଏହି ଦୁର୍ଲଭ ପ୍ରଜାତିର ବେଙ୍ଗ ଚାଷୀମାନଙ୍କ ପାଇଁ ହିତକାରୀ । ଏହି ପ୍ରଜାତିର ବେଙ୍ଗ ବିଷଧର ନୁହଁନ୍ତି । ଏମାନଙ୍କୁ ନ ଡରି ଏମାନଙ୍କ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ପରିବେଶବିତମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular