ଭୁବନେଶ୍ୱର ୧୬।୦୭: ଗୋଟିଏ ପଟେ ରାଜ୍ୟରେ ହୁ ହୁ ବଢିଚାଲିଛି କରୋନାରେ ସଂକ୍ରମିତଙ୍କ ସଂଖ୍ୟା ତ ଆଉ ଗୋଟିଏ ପଟେ ପ୍ରାଣ ହରାଉଛନ୍ତି ସଂକ୍ରମିତ । ତେବେ ଆଜି ରାଜ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୭୯ରେ ପହଁଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।
Regret to inform the demise of two Covid positive patients of Ganjam district while under treatment in hospitals.
1. A 51-year old Male who was also suffering from morbid obesity.
2. A 34-year old Male who was also suffering from Hypertension.
— H & FW Dept Odisha (@HFWOdisha) July 16, 2020
ଆଜି ଆଜି ମୃତ୍ୟୁବରଣ କରିଥିବା ୨ଜଣ ଯାକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ମୃତକ ଦୁଇଜଣ ମଧ୍ୟ ଅନ୍ୟ ରୋଗରେ ପୀଡିତ ଥିଲେ । ଦୁଇଜଣ ଯାକ ପୁରୁଷ ବୋଲି ଜଣାପଡିଛି । ଜଣଙ୍କ ବୟସ ୫୧ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୩୪ ବର୍ଷ ବୋଲି ଜଣାପଡିଛି । ଫଳରେ ଗଞ୍ଜାମ ଜିଲ୍ଲାର କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0