ଭିଡ କମୁନି ।କେଦାରନାଥ : ଦେଶରେ ଶୀତ ର ପ୍ରବେଶ ରେ ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡରେ ବିଭିନ୍ନ ଜାଗାରେ ତୁଷାରପାତ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳୁ କେଦାରନାଥ ଧାମରେ ତୁଷାରପାତ ହୋଇଛି। ସକାଳୁ ଲଗାତାର ତୁଷାରପାତ ଯୋଗୁଁ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ବରଫାବୃତ୍ତ ହୋଇଛି।
କେଦାରନାଥ ଧାମରେ ସକାଳୁ ତୁଷାରପାତ ହେବା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନାହିଁ। ଶ୍ରଦ୍ଧାଳୁ ଉତ୍ସାହର ସହ ସେଠାରେ ପହଞ୍ଚି କେଦାରନାଥ ବାବାଙ୍କ ଦର୍ଶନ କରିଛନ୍ତି। ତୁଷାରପାତ ଯୋଗୁଁ ମନ୍ଦିର ପରିସରରେ ପାଖାପାଖି ୨ ଇଞ୍ଚର ବରଫ ଆସ୍ତରଣ ଜମିଯାଇଛି।
ତୁଷାରପାତ ଯୋଗୁଁ ମନ୍ଦିର ଆଖପାଖ ଅଞ୍ଚଳର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି। ଯୁଆଡେ ଦେଖିଲେ ଖାଲି ବରଫ ଆଉ ବରଫ। ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି। ଥଣ୍ଡା ବଢିଛି କିନ୍ତୁ ବିଶ୍ୱ ପ୍ରସିଦ୍ଧ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ କମିନାହିଁ। ଶ୍ରଦ୍ଧାଳୁ ବହୁତ ଉତ୍ସାହିତ ଅଛନ୍ତି।ମଙ୍ଗଳବାର ସକାଳୁ କେଦାରନାଥ ଧାମ ଦର୍ଶନ ପାଇଁ ପହଞ୍ଚି ଥିବା ଶ୍ରଦ୍ଧାଳୁ ତୁଷାରପାତ ସତ୍ତ୍ୱେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ। ତୀର୍ଥଯାତ୍ରୀଙ୍କ ଜୋସ କମିନଥିଲା। ଯୁବକ ଓ ଶିଶୁମାନଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0