ମୁମ୍ବାଇ : ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍ । ଋିପବ୍ଲିକ୍ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳ ସାଢେ ୬ଟାରେ ମୁମ୍ବାଇ ପୋଲିସର ଏକ ଟିମ୍ ଗିରଫ କରିଛି । ପ୍ରଥମେ ତାଙ୍କ ଘର ସମ୍ମୁଖରେ ପହଞ୍ଚି ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଥିଲା ମୁମ୍ବାଇ ପୁଲିସ୍ । ଏହା ପରେ କୌଣସି ନୋଟିସ, ସମନ କିମ୍ବା କୋର୍ଟ ଅର୍ଡର ନଦେଖାଇ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସର ୧୦ରୁ ଅଧିକ ଅଧିକାରୀ ଅର୍ଣ୍ଣବଙ୍କ ଘରେ ପଶି ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଛନ୍ତି । ତାଙ୍କୁ ପରିବାର ଲୋକଙ୍କ ସହ ମିଶିବାକୁ ଦିଆଯାଇନଥିବା ବେଳେ ଔଷଧ ଖାଇବାକୁ ଦିଆଯାଇ ନଥିବା ଓ ମାଡ ମରାଯାଇଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ । ଏପରିକି ମୁମ୍ବାଇ ପୋଲିସ୍ ଗୁଣ୍ଡାଗିରି ଦେଖାଇ ତାଙ୍କ ଶାଶୁ, ଶ୍ୱଶୁର, ପତ୍ନୀ ଓ ପୁଅକୁ ମାଡ ମାରିଥିବା କହିଛନ୍ତି ଅର୍ଣ୍ଣବ । ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୋଲିସ୍ ପକ୍ଷରୁ କୁହାଯାଇଛି । ଦରମା ନ ମିଳିବାରୁ ଅର୍ଣ୍ଣବଙ୍କ ଚ୍ୟାନେଲରେ କାମ କରୁଥିବା ଜଣେ ଆର୍କିଟେକ ଓ ତାଙ୍କ ମାଆ ୨୦୧୮ରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାର ତଦନ୍ତ ଠିକ୍ ଭାବେ କରାଯାଉନଥିବା ମୃତ ଆର୍କିଟେକଙ୍କ ଝିଅ ଅଭିଯୋଗ କରିବା ପରେ ଗତ ମେ ମାସରେ ଉକ୍ତ ମାମଲାକୁ ରିଓପନ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0