ଆମେରିକା : ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ ମଧ୍ୟରେ ହେଉଛି କଡ୍ଡା ଟକ୍କର । ପ୍ରାଥମିକ ପର୍ଯ୍ୟାୟ ଗଣତିରେ ଟ୍ରମ୍ପଙ୍କଠାରୁ ବାଇଡେନ ଆଗୁଆ ରହିଥିବା ଦେଖିବାକୁ ମିଳୁଛି । ଜୋ ବାଇଡେନ ୨୧୦ ଆସନରେ ଆଗୁଆ ରହିଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୩୭ ଇଲେକ୍ଟୋରାଲ ଭୋଟ ପାଇଛନ୍ତି । ଜୋ ବାଇଡେନ ୧୦ଟି ରାଜ୍ୟରେ ଓ ଟ୍ରମ୍ପ ୮ଟି ରାଜ୍ୟରେ ବିଜୟୀ ହୋଇଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ତୂରନ୍ତ ଗଣତି ଜାରି ରହିଛି । ରାଷ୍ଟ୍ରପତି ପାଇଁ ୨୭୦ ଆସନ ଜିତିବା ଆବଶ୍ୟକ ହୋଇଥାଏ । ଆମେରିକାର ୫୦ଟି ରାଜ୍ୟ ଏବଂ ୱାସିଂଟନ ଡିସିର ଭୋଟରମାନେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0