ଭୁବନେଶ୍ୱର: ରାସ୍ତାକଡ଼ରେ ଦୀପ ଦୋକାନ ଖୋଲିବା ମନା । ଭୁବନେଶ୍ୱରର ରାସ୍ତାକଡ଼ରେ ଦୀପ ଦୋକାନ ଖୋଲିବାକୁ କଟକଣା ଜାରିକଲା ବିଏମସି । କମିଶନରଙ୍କ କହିବା ଅନୁଯାୟ ଦୀପାବଳିରେ ଅନେକ ଅସ୍ଥାୟୀ ଦେକାନ ଖୋଲିଥାଏ । ତେଣୁ ଭିଡ଼ ଏଡ଼େଇବା ପାଇଁ ଅସ୍ଥାୟୀ ଦୀପ ଦୋକାନ ଖୋଲିବାକୁ ବାରଣ କରାଯାଇଛି । ଦୀପ ଦୋକାନ ପାଇଁ ନିର୍ଦ୍ଧିଷ୍ଟ ଜାଗା ଚିହ୍ନଟ କରାଯିବ । ଦୋକାନୀମାନେ ଅନୁମତି ନେଇ ଖୋଲିବେ ଦୋକାନ । ପୂର୍ବରୁ ରହିଥିବା ଦେକାନ ସାମାଜିକ ଦୂରତା ରକ୍ଷା କରି ବିକ୍ରି କରିପାରିବେ ଦୀପ । ଏନେଇ କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ପୂର୍ବରୁ ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ କରିଛନ୍ତି ରାଜ୍ୟ ସରକାର ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0