ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ ପାଇଁ ଖଲିସ୍ତାନୀ ସମର୍ଥକ ଧମକ ଦେଇଛନ୍ତି। ଖଲିସ୍ତାନୀ ସମର୍ଥକଙ୍କ ଏଭଳି ଧମକ ପରେ ଦିଲ୍ଲୀ ବିମାନବନ୍ଦର ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ବୋଲି ଆଇଜିଆଇ ବିମାନବନ୍ଦର ଡିସିପି ରାଜୀବ ରଞ୍ଜନ ସୂଚନା ଦେଇଛନ୍ତି। ନଭେମ୍ବର ୫ରେ ଦିଲ୍ଲୀରୁ ଲଣ୍ଡନ ଯିବାକୁ ଥିବା ଦୁଇଟି ବିମାନ ଉପରେ ଆକ୍ରମଣ ଧମକ ମିଳିବା ପରେ ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏୟାର ଇଣ୍ଡିଆ ବିମାନ ବର୍ଜନ କରିବାକୁ ଆମେରିକା ଭିତ୍ତିକ ଖଲିସ୍ତାନୀ ସଂଗଠନ ‘ଶିଖ୍ସ ଫର୍ ଜଷ୍ଟିସ୍’ ଏଭଳି ଧମକ ଦେଇଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0