ମାଲକାନିଗିରି : କଣ୍ଟେନମେଣ୍ଟ ଜୋନ ବିବାଦକୁ ନେଇ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ । କେବଳ ମାଜିଷ୍ଟ୍ରେଟ ନୁହନ୍ତି ସେଠାରେ ଉପସ୍ଥିତ ସମସ୍ତ ଓକିଲଙ୍କୁ ମଧ୍ୟ କୋର୍ଟ ଭିତରକୁ ଯିବା ପାଇଁ ପୁଲିସ୍ ଛାଡ଼ି ନ ଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ମାଲକାନିଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ହେବା ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଗତକାଲି ଏହି କଟକଣା ଅବଧି ଶେଷ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟାରେ ଜଜ୍ ଓ ଓକିଲ କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ। ହେଲେ ସେଠାରେ ଉପସ୍ଥିତ ପୁଲିସ୍ ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲା। କଣ୍ଟେନମେଣ୍ଟ ଅବଧି ବଢ଼ିଥିବା କଥା କହିଥିଲେ । ଯାହାଫଳରେ ଜଜ୍ ଓ ଓକିଲଙ୍କୁ ୨ ଘଣ୍ଟା ଧରି ବ୍ୟାରିକେଡ ନିକଟରେ ଛିଡ଼ା ହୋଇରହିଥିଲେ । ପରେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଅବଧି ବଢ଼ିଥିବାର ଚିଠି ଦେଖାଇବା ପରେ ଜଜ୍ ଓ ଓକିଲ ଘଟଣାସ୍ଥଳ ଛାଡ଼ି ଯାଇଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0