spot_img

ସଞ୍ଜୀବ କୁମାର କର୍ମୀ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି

ବୀରମହାରାଜପୁର : ଡ. ସଞ୍ଜୀବ କୁମାର କର୍ମୀ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସମଗ୍ର ଦେଶରେ ୧ ହଜାରରୁ ଅଧିକ ବୈଜ୍ଞାନିକ ଏହି ତାଲିକାରେ ସ୍ଥାନ ପାଇଛନ୍ତି, ଯାହା ବିଶ୍ୱର ଶ୍ରେଷ୨ ପ୍ରତିଶତ ବୈଜ୍ଞାନିକଙ୍କ ମାନ୍ୟତା ପାଇଁ ପ୍ରସ୍ତୁତ କରାଯାଇଛି। ବାୟୋଟେକ୍ନୋଲୋଜି ବିଭାଗରେ ଡ. କର୍ମୀଙ୍କ ବିଶ୍ୱବ୍ୟାପୀ ମାନ୍ୟତା ୭୨୬ ଏବଂ ସି-ସ୍କୋର ହେଉଛି ୩.୨୦୭। ସେ ୧.୪୪୨ % ଶୀର୍ଷରେ ଅଛନ୍ତି। ଏହି ତାଲିକା ଡକ୍ଟର ଜନ୍ ଇଓନିଦିଷଙ୍କ ନେତୃତ୍ୱରେ ଷ୍ଟାନଫୋର୍ଡ ୟୁନିଭରସିଟିର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ଅକ୍ଟୋବର ୧୬ ତାରିଖରେ ଖ୍ୟାତିସମ୍ପନ୍ନ ପତ୍ରିକା ପିଏଲ୍ଓଏସ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏପର୍ୟ୍ୟନ୍ତ କୌଣସି ବଡ଼ ଆକାରର ଡାଟାବେସ୍ ନାହିଁ ଯାହା ପ୍ରତ୍ୟେକ ବୈଜ୍ଞାନିକଙ୍କ ଗବେଷଣାର ସଠିକ୍ ମୂଲ୍ୟାଙ୍କନ କରି ର଼୍ୟାଙ୍କିଙ୍ଗ୍ କରିପାରିବ। ଉଦାହରଣ ସ୍ୱରୂପ ଗୁଗୁଲ ସ୍କଲାର ବୈଜ୍ଞାନିକମାନଙ୍କୁ ସେମାନଙ୍କର ପ୍ରୋଫାଇଲ୍ ସୃଷ୍ଟି କରିବାକୁ ଏବଂ ସର୍ବସାଧାରଣରେ ଅଂଶୀଦାର କରିବାକୁ ଅନୁମତି ଦିଏ, କିନ୍ତୁ ରିପୋର୍ଟ ଅନୁଯାୟୀ ସମସ୍ତ ବୈଜ୍ଞାନିକ ଏଠାରେ ପ୍ରୋଫାଇଲ୍ ସୃଷ୍ଟି କରିନାହାନ୍ତି। ସେଥିପାଇଁ ଡକ୍ଟର ଜନ୍ ଇଓନିଦିଷଙ୍କ ଏଲସେଭିଆରର ସ୍କୋପସର ତଥ୍ୟକୁ ବିଶ୍ଳେଷଣ ଉଦ୍ଦେଶ୍ୟରେ ବ୍ୟବହୃତ କରିଥିଲେ। ମେ’ ୬ ତାରିଖ ସୁଦ୍ଧା ଡାଟାକୁ ଫ୍ରିଜ୍ କରି ବ୍ୟବହାର କରାଯାଇଥିଲା। ସ୍କୋପସ୍ ହେଉଛି ଏକ ଡାଟାବେସ୍ ଯାହା ଜର୍ଣ୍ଣାଲକୁ ମାନ୍ୟତା ଦିଏ ଏବଂ ଏକ ସାଇଟେସନ୍ ଇଣ୍ଡେକ୍ସ ଦେଇଥାଏ ଓ ଏହାର ଗୁଣବତ୍ତାର ମୂଲ୍ୟାଙ୍କନ କରେ। ଡ. କର୍ମୀ ୨୦୦୬ ମସିହାରେ ଆଇଆଇଟି ମାଡ୍ରାସରୁ ପିଏଚ୍ଡି ହାସଲ କରି ପରବର୍ତ୍ତୀ ସମୟରେ ଜର୍ମାନୀର ଆଖନ ୟୁନିଭରସିଟିରେ ଏବଂ ନେଦରଲ୍ୟାଣ୍ଡର ଡେଲଫ୍ଟ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିରେ ପୋଷ୍ଟଡକ୍ଟରାଲ୍ ଫେଲୋ ଭାବରେ କାର୍ୟ୍ୟ କରିଥିଲେ। ଏହାଛଡା ସେ ବିଶ୍ୱର ଅନେକ ପ୍ରମୁଖ ଅନୁଷ୍ଠାନ ନ୍ୟାସନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁର, ହଂକଂର ସିଟି ୟୁନିଭରସିଟି ଏବଂ ଦକ୍ଷିଣ ଆଫ୍ରିକାର ନର୍ଥ- ୱେଷ୍ଟ ୟୁନିଭରସିଟିରେ ଗବେଷଣା ଓ ଶିକ୍ଷାଦାନ କରିଛନ୍ତି।
ସେ ୨୦୧୮ରେ ଗୁଜୁରାଟର ସର୍ଦ୍ଦାର ପଟେଲ ନବୀକରଣ ଯୋଗ୍ୟ ଶକ୍ତି ଅନୁସନ୍ଧାନ ପ୍ରତିଷ୍ଠାନରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ଏହାର ଥର୍ମୋ-କେମିକାଲ୍ କନଭର୍ସନ୍ ଟେକ୍ନୋଲୋଜି ବିଭାଗର ମୁଖ୍ୟ ଅଟନ୍ତି। ଡ. କର୍ମୀ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଟେଭାପଦରର ମୂଳ ବାସିନ୍ଦା। ତାଙ୍କ ପିତା ବିଶ୍ୱନାଥ କର୍ମୀ ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ମା’ କମଳିନୀ କର୍ମୀ ଜଣେ ଗୃହିଣୀ ଅଟନ୍ତି। ଡ. କର୍ମୀ ଏହି ସଫଳତା ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular