ବାଲେଶ୍ୱର : ପୁଲିସ୍ ସହାୟତାରେ କ୍ରାଇମ୍ ବ୍ରାଞ୍ଚ୍ ଏସ୍ଟିଏଫ୍ ଏକ ଚଢ଼ାଉ କରି ବ୍ରାଉନ୍ ସୁଗାର କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସହଦେବଖୁଣ୍ଟର ହୋଟେଲ୍ ଜ୍ୟୋତି ସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଅଭିଯୁକ୍ତମାନେ ହେଲେ ମସ୍ଜିଦ୍ ଗଳିର ଏସ୍କେ ଜମିର୍, ନୟାବଜାରର ପ୍ରଭାତ କୁମାର ସେଠୀ ଓ କାଶିମେଲା ସୁକୁରାଜର ଜଶୋବନ୍ତ ବାଗ। ୩ ଜଣ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟ ପୁଲିସ୍ ଷ୍ଟେସନ୍ର। ସର୍ଚ୍ଚ କାଳରେ ୮୫, ୬୬୦ ଟଙ୍କା ଓ ୧ କିଲୋ ୧୦୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି। ଏହାବ୍ୟତୀତ ଅନ୍ୟ କିଛି ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0