spot_img

ଦ୍ୱିତୀୟ କ୍ବାଲିଫାୟାର୍ ରେ ପହଁଚିଲା ହାଇଦ୍ରାବାଦ

ଆବୁଧାବି : ଏଲିମିନେଟର୍ ମୁକାବିଲାରେ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲା । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ରଥମ ପାରି ରେ ୨୦ ଓଭର ଭିତରେ ୧୩୧/୭ ସଂଗ୍ରହ କରିଥିଲା । ଆର୍ସିବି ୧୩୧ ରନ୍ କରିବା ପରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟ ସହଜ ହେବ ବୋଲି ବିଶ୍ବାସ କରାଯାଉଥିଲା। ବାଙ୍ଗାଲୋର୍ ବୋଲର କିନ୍ତୁ ସହଜରେ ବାଟ ଛାଡ଼ିନଥିଲେ। ମହମ୍ମଦ ସିରାଜ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ୱାର୍ନର ଓ ଶ୍ରୀବତ୍ସ ଗୋସ୍ବାମୀଙ୍କୁ ସେ ୱିକେଟ ପଛପଟେ କ୍ୟାଚ୍ କରାଇ ନେଇଥିଲେ। ଜମି ଆସୁଥିବା ମନୀଷ ପାଣ୍ଡେ (୨୪, ୨୧ ବଲ)ଙ୍କୁ ଆଦାମ ଜାମ୍ପା ଏବଂ ପ୍ରିୟମ ଗର୍ଗଙ୍କୁ ୟୁଜବେନ୍ଦ୍ର ଚହଲ୍ ଆଉଟ୍ କରିବାରୁ ହାଇଦ୍ରାବାଦ ୬୭ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ କିନ୍ତୁ ଦୁଇ ଅଭିଜ୍ଞ ଅନ୍ତର୍ଜାତୀୟ ଅଧିନାୟକ କେନ୍ ୱିଲିୟମସନ୍ (୫୦ଞ୍ଚ, ୪୪ ବଲ) ଏବଂ ଜାସନ୍ ହୋଲ୍ଡର୍ (୨୪ଞ୍ଚ, ୨୦ ବଲ) ଦାୟିତ୍ବପୂର୍ଣ୍ଣ ଭାଗୀଦାରି (୬୫ଞ୍ଚ) ପ୍ରତିଷ୍ଠା କରି ବାଙ୍ଗାଲୋର୍କୁ ବାଟ ଛାଡ଼ିନଥିଲେ। ନଭଦୀପ ସୈନିଙ୍କୁ ଲଗାତାର ୨ ଚୌକା ମାରି ହୋଲ୍ଡର ୨ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ। କେନ୍ ୱିଲି୍ୟମସନ୍ କିନ୍ତୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପଏଣ୍ଟ ଟେବୁଲ୍ ସ୍ଥିତି ଅନୁସାରେ ମୁମ୍ବାଇ ପ୍ରଥମେ ଫାଇନାଲ୍କୁ ଉଠିଥିବା ବେଳେ ଏବେ ଚତୁର୍ଥରେ ଥିବା ବାଙ୍ଗାଲୋର୍ ପ୍ଲେ ଅଫ୍ରୁ ଆଗ ବିଦା ହୋଇଛି। ରବିବାର ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଳ ଦିଲ୍ଲୀ-ହାଇଦ୍ରାବାଦ ମଧ୍ୟରୁ ଦ୍ବିତୀୟ ଫାଇନାଲିଷ୍ଟ ନିର୍ଧାରିତ ହେବ। ୨୦୧୬ ଫାଇନାଲରେ ହାଇଦ୍ରାବାଦ ନିକଟରୁ ହାରି ବିରାଟ କୋହଲିଙ୍କ ଦଳ ଉପବିଜେତା ହେବା ପରଠାରୁ ଆଉ ଶେଷ ୪ ଭିତରକୁ ଆସି ପାରିନଥିଲା। ଏଥର ଲଗାତାର ୪ ପରାଜୟ ସତ୍ତ୍ବେ ଚତୁର୍ଥ ସ୍ଥାନରେ ରହି ଏଲିମିନେଟର୍ ଖେଳିଥିଲା। ପରାଜୟ ଧାରା ଭାଙ୍ଗି ନପାରିବାରୁ ଏହି ବିଜୟ ମାଲ୍ୟାଙ୍କ ଦଳ ଟ୍ରଫି ବିହୀନ କଳଙ୍କରୁ ମୁକ୍ତ ହୋଇପାରିନାହିଁ। ଅନ୍ୟପକ୍ଷରେ ବିଜୟ ଧାରାକୁ ଜାରି ରଖି ହାଇଦ୍ରାବାଦ କ୍ବାଲିଫାୟାର୍-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ମୁମ୍ବାଇ ସହ ଫାଇନାଲ୍ ଖେଳିବା ପାଇଁ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ହାଇଦ୍ରାବାଦ।
ନଟରାଜନଙ୍କ ୟର୍କରର ଶିକାର ହୋଇଯିବାରୁ ଆର୍ସିବି ଆଶା ମଉଳିଯାଇଥିଲା। ଶେଷ ୩ ଓଭରରେ ଦଳ ମାତ୍ର ୨୦ ରନ୍ ଯୋଡ଼ିପାରିଥିଲା। ସନ୍ଦୀପ ଶର୍ମା ଏବଂ ରସିଦ୍ ଖାନ୍ ୱିକେଟଶୂନ୍ୟ ରହିଥିଲେ ମଧ୍ୟ ମିତବ୍ୟୟୀ ବୋଲିଂ କରି ମିଳିତ ଭାବେ ୮ ଓଭରରେ ୪୩ ରନ୍ ଦେଇଥିଲେ। ଜାସନ୍ ହୋଲ୍ଡର (୩/୨୫) କିନ୍ତୁ ସଫଳ ବୋଲର ଥିଲେ। ଆର୍ସିବିର ସମ୍ପୂର୍ଣ୍ଣ ପାଳିରେ ମାତ୍ର ଗୋଟିଏ ଛକା (ରସିଦ୍ ଖାନ୍ଙ୍କୁ ଆରୋନ୍ ଫିଞ୍ଚ୍) ଦେଖିବାକୁ ମିଳିଥିଲା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular