ୱଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଜାରି ରହିଛି ସସପେନ୍ସ । କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତା ଉପରେ ରହିଛି ସାରା ବିଶ୍ୱର ନଜର । ଏପଟେ ବିଜୟ ମୁହାଁ ହେଉଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ । ଜର୍ଜିଆ ଓ ପେନସିଲବେନିଆରେ ଟ୍ରମ୍ପଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି ଜୋ ବାଇଡେନ । ସେ ହ୍ୱାଇଟ ହାଉସ ଯିବା ନେଇ ଜର୍ଜିଆର ଭୋଟ୍ ନିର୍ଣ୍ଣାୟକ ହେବ । ଏଠାରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଟ ଟ୍ରମ୍ପଙ୍କ ସହ ତାଙ୍କର ଭୋଟ ବ୍ୟବଧାନ ବହୁତ କମ ଥିବାରୁ ପୁନଃ ଗଣତି ପାଇଁ ନିଷ୍ପତ୍ତ୍ କରିଛନ୍ତିି ଅଧିକାରୀ । ଆମେରିକା ଗଣମାଧ୍ୟମ ଅନୁସାରେ ବାଇଡେନଙ୍କୁ ୨୬୪ ଓ ଡୋନାଲ୍ଟ ଟ୍ରମ୍ଙ୍କୁ ୨୧୪ ଭୋଟ ମିଳିଛି । ୨୭୦ ମ୍ୟାଜିକ ନମ୍ବର ଛୁଇଁବାକୁ ବାଇଡେନକୁ ଆଉମାତ୍ର ୬ଟି ଭୋଟର ଅବଶ୍ୟକତା ରହିଛି । ସ୍ୱିଙ୍ଗ ଷ୍ଟେଟ ପେନସିଲଭାନିଆ ଜର୍ଜିଆରେ ଟ୍ରମ୍ପଙ୍କଠାରୁ ଆଗରେ ରହିଛନ୍ତି ବାଇଡେନ । ପେନସିଲଭାନିଆରେ ପ୍ରାୟ ୯ ହଜାର ଭୋଟ ଆଗରେ ଅଛନ୍ତି ବାଇଡେନ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0