ଓ୍ୱାଶିଂଟନ : ଆମେରିକା ରାଷ୍ଚ୍ରପତି ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର। ତେବେ ବିଜୟ ମୁକୁଟର ଅତି ନିକଟରେ ରହିଛନ୍ତି ଜୋଏ ବାଇଡେନ୍। ସେ ଜୋର୍ଜିୟା ଏବଂ ପେନସିଲଭାନିଆ ଭଳି ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ରିପବ୍ଲିକ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଦେଇଛନ୍ତି। ଏନେଇ ଡେମୋକ୍ରେଟିକ୍ ପାର୍ଟି ପ୍ରାର୍ଥୀ ବାଇଡେନ୍ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି। ତେବେ ବିଜୟ ମୁକୁଟ ପିନ୍ଧି ଶାସନ ଗାଦି ହାତେଇବା ପରେ ବାଇଡେନ୍ ସର୍ବ ପ୍ରଥମେ କଣ କରିବେ ସେନେଇ ବୟାନ ଦେଇଛନ୍ତି।
ବିଜୟ ପଥରୁ ଟ୍ରମ୍ପଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଛନ୍ତି ବାଇଡେନ୍। ସେ କହିଛନ୍ତି, ୩୦୦ରୁ ଅଧିକ ଇଲେକ୍ଟୋରକଲ କଲେଜ ଭୋଟ ହାସଲ କରି ସେ ଇତିହାସ ରଚିବେ। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ଏକ ବୟାନ ଦେଇ ସେ କହିଛନ୍ତି ଯେ, ରାଷ୍ଟ୍ରପତି ପଦ ହାସଲ କରୁ କରୁ ସମୟ ନଷ୍ଟ ନ କରି ସର୍ବ ପ୍ରଥମେ ସେ କରୋନା ଭୂତାଣୁ ମହାମାରୀ ସହ ଲଢ଼େଇ କରିବା କାର୍ୟ୍ୟରେ ଲାଗିପଡ଼ିବେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0