spot_img

ଅକ୍ଟୋବରରେ ରାମ ରହିମକୁ ମିଳିଥିଲା ଗୁପ୍ତ ପାରୋଲ!

ନୂଆଦିଲ୍ଲୀ: ଅକ୍ଟୋବରରେ ରାମ ରହିମକୁ ମିଳିଥିଲା ଗୋଟିଏ ଦିନର ଗୁପ୍ତ ପାରୋଲ । ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଜେଲରେ ଥିବା ‘ଡେରା ସଚା ସୌଦା’ର ମୁଖ୍ୟ ଗୁରମୀତ ରାମରହିମଙ୍କୁ ପାରୋଲରେ ଛାଡିଥିଲେ ହରିୟାଣା ସରକାର । ଗୁରୁଗ୍ରାମରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅସୁସ୍ଥ ମାଆଙ୍କୁ ଦେଖିବା ନିମନ୍ତେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟାର ସରକାର ତାଙ୍କୁ ଏହି ପାରୋଲ୍ ମଞ୍ଜୁର କରିଥିଲେ। ଅକ୍ଟୋବର ୨୪ ତାରିଖ ଦିନ କଡ଼ା ସୁରକ୍ଷା ବଳୟରେ ରାମରହିମଙ୍କୁ ସୁନରିଆ ଜେଲ୍ରୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ସେ ମାଆଙ୍କ ପାଖରେ ସନ୍ଧ୍ୟା ପର୍ୟ୍ୟନ୍ତ ରହିଥିଲେ। ରାମରହିମଙ୍କ ୮୫ ବର୍ଷୀୟ ମାଆ ନସୀବ କୌର୍ ହୃଦ୍ରୋଗରେ ପୀଡ଼ିତ ହୋଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ଦର୍ଶାଇ ପତ୍ନୀ ହରଜିତ୍ କୌର୍ ପାରୋଲ୍ ପାଇଁ ନିବେଦନ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ରାମରହିମଙ୍କ ଡାକ୍ତରଖାନା ଯାତ୍ରା ସମୟରେ ନିରାପତ୍ତା ବଜାୟ ରଖିବାକୁ ହରିୟାଣା ପୁଲିସର ତିନୋଟି କମ୍ପାନି ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗୋଟିଏ କମ୍ପାନିରେ ୮୦ରୁ ୧୦୦ ଜଣ ଯବାନ ଥାଆନ୍ତି। ପରଦା ଢଙ୍କା ପୁଲିସ ଗାଡ଼ି ମଧ୍ୟରେ ରାମରହିମଙ୍କୁ ଜେଲ୍ରୁ ନିଆଯାଇଥିଲା ଏବଂ ପୁଣି ଜେଲ୍କୁ ଫେରାଇ ଅଣାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular