spot_img

ଇଓଏସ୍ -୦୧ର ସଫଳ ଉତକ୍ଷେପଣ

ହାଇଦ୍ରାବାଦ : ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଇଓଏସ୍ -୦୧ ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି । ପୂର୍ବରୁ ଅପରାହ୍ନ ୩ ଟା ୨ ରେ ଏହାକୁ ଉତ୍କ୍ଷେପଣ କରିବାକୁ ଧାର୍ଯ୍ୟ କରାଯାଇଥିଲା । ତେବେ ବଜ୍ରପାତ ହେବାରୁ ଉତ୍କ୍ଷେପଣ ଡେରି ହୋଇଥିଲା । ଏଓଏସ୍ -୦୧ ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି । ପିଏସଏଲଭି-ସି ୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯାଇଛି । ଇଓଏସ୍-୦୧ ସହିତ ଇସ୍ରୋ ପକ୍ଷରୁ ମୋଟ ୧୦ଟି ଉପଗ୍ରହ ପ୍ରେରଣ କରାଯାଇଛି । ସେଥିମଧ୍ୟରେ ଆମେରିକାର ୪,ଲୁଜେମବର୍ଗର ୪ ଏବଂ ଲିଥୋନିଆର ଗୋଟିଏ ଉପଗ୍ରହ ରହିଛି । ଏସବୁ ଉପଗ୍ରହ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହିତ ହୋଇଥିବା ଏକ ବ୍ୟବସାୟିକ ବୁଝାମଣା ରେ ମହାକାଶକୁ ଇସ୍ରୋ ସହାୟତାରେ ପ୍ରେରଣ କରାଯାଇଛି । ଡିସେମ୍ବରରରେ ଇସ୍ରୋ ପକ୍ଷରୁ ଜିସାଟ୍- ୧୨ ଆର ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ଲାଗି ଯୋଜନା କରାଯାଇଛି । ଏହାକୁ ପିଏସଏଲଭି-ସି ୫୦ ରକେଟ ଦ୍ୱାରା ମହାକାଶକୁ ପଠାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular