ଭୁବନେଶ୍ୱର, ୧୬|୦୭: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୦ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୨୦ ଲୋକାଲ୍ କେସ୍ ରହିଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୨୦ ଲୋକାଲ୍ କେସ୍ ଭିତରୁ ଭୀମଟାଙ୍ଗି, ଜାଗମରା, ବମିଖାଲ, ନୟାପଲ୍ଲୀ ଆଇଆର୍ସି ଭିଲେଜ, ସାଲିଆ ସାହି, ସମ୍ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ ଲେଖାଏଁ ଚିହ୍ନଟ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 16th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/qMexqh3O4a— BMC (@bmcbbsr) July 16, 2020
ସେହିପରି ନୟାପଲ୍ଲୀ ବେହେରା ସାହି, ସାଲିଆ ସାହି ଶ୍ରୀରାମ ନଗର, କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ପଟିଆ ରେଲୱେ ଷ୍ଟେସନ ନିକଟରୁ ଜଣେ ଟ୍ୟାକ୍ସି ଡ୍ରାଇଭର, ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତି ଜଣେ, ଜୟଦେବ ବିହାରରୁ ୨ ଜଣ, ସାଲିଆ ସାହିରୁ ୨ ଜଣ ଓ ଏକ ସରକାରୀ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୪୦ ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଆଜି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୫୦୪ଟି ସକ୍ରିୟ କେସ୍ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0