ଦେଶରେ କରୋନା ମହାମାରୀର କାୟା ବିସ୍ତାର ହେବାରେ ଲାଗିଛି । ଏନେଇ ପ୍ରତ୍ୟେକ ଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷରୁ ଅଧିକ ଲୋକ ଭାଇରସରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । ଏସବୁ ମଧ୍ୟରେ ଏବେ ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ନେହାଶିଷ ଗାଙ୍ଗୁଲି କ୍ରିକେଟ୍ ଆସୋସିଏସନ୍ ଅଫ୍ ବଂଗାଲ (ସିଏବି) ର ସେକ୍ରେଟାରୀ ପଦବୀରେ କାର୍ଯ୍ୟରତ ଥିବା ସହ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଭାଇ ଗୋଟିଏ ଘରେ ଅଲଗା ଅଲଗା ଫ୍ଲୋରରେ ରହୁଥିବାର ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0