spot_img

କଟକରେ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ : ବରାଳ ୪୨ ମୌଜା କଟକରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ କମିଶନରେଟ ପୋଲିସ ଏସିପି ଶ୍ରୀ ଲଳିତେନ୍ଦୁ ମହାନ୍ତି,ମା ନାରାୟଣୀ କାଳୀ ପୂଜା କମିଟି ର ସଭାପତି ଶ୍ରୀ ଜଗଦୀଶ ତ୍ରିପାଠୀ ଏବଂ କରୋନା ଯୋଦ୍ଧା ସୁବାସ ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ। କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର କଟକ ଦ୍ୱାରା ଏହି ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା। ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏହି ଶିବିରଟି ସମର୍ପିତ ଓଡିଶା, ମା ନାରାୟଣୀ କାଳୀପୂଜା କମିଟି, ଜଗା ବଳିଆ ୟୁଥ ଆସୋସିଏସନ, ମା ନାରାୟଣୀ କ୍ଲବ ର ମିଳିତ ଆନୁକୂଲ୍ୟ ରେ ଆୟଜିତ ହୋଇଥିଲା । ମା ନାରାୟଣୀ କାଳୀ ପୂଜା କମିଟି, ଜଗା ବଳିଆ ୟୁଥ ଆସୋସିଏସନ ଓ ନାରାୟଣୀ କ୍ଲବ ର ସଦସ୍ୟ ମାନେ ସମର୍ପିତ ର ସମ୍ପାଦକ ବିସ୍ମୟ ରାଉତ ଏବଂ ସାର୍ଥକ କୁମାର ପରିଡା ଶିବିର ପରିଚାଳନା କରିଥିଲେ।
କରୋନା ମହାମାରୀ ସମୟରେ ଏହା ସମର୍ପିତ ର ୩୮ ତମ ଶିବିର ଓ କମିଶନରେଟ ପୋଲିସ ସହଭାଗିତାରେ ୧୪ ତମ ଶିବିର ଅଟେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular