spot_img

ଏବେ ନଜର ଆସିବେ ଦୀପିକା, ସିର୍ଦ୍ଧାନ୍ତ

ଗଲି ବୟ ଫିଲ୍ମରେ ନିଜର ସଫଳ ଅଭିନୟ ଦ୍ୱାରା ଲୋକପ୍ରିୟ ହୋଇଥିବା ସିର୍ଦ୍ଧାନ୍ତ ଚତୁର୍ବେଦୀ ଏବେ ଦୀପିକା ସହ ନଜର ଆସିବେ। ସିଦ୍ଧାର୍ଥ ଶାରଭାରୀ ୱାଗଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି।ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଆଗାମୀ ଫିଲ୍ମରେ ଏକାଠି ନଜର ଆସିବେ ଦୀପିକା ପାଦୁକୋନ୍, ସିର୍ଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ। ରିପୋର୍ଟ ଅନୁଯାୟୀ ଏହି ତିନି କଳାକାର ଗୋଆରୁ ସୁଟିଂ ସାରି ନିକଟରେ ମୁମ୍ବାଇ ଫେରିଛନ୍ତି। ଅନ୍ୟପଟେ ଦୀପିକା ସିର୍ଦ୍ଧାନ୍ତଙ୍କ ସହ ମୁମ୍ବାଇରେ ହେବାକୁ ଥିବା ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମ ସୁଟିଂ ର ଫଟୋରେ ଦୀପିକା ନୀଳ ଜିନ୍ସ ଏବଂ ଧଳା ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି ଜ୍ଝ
ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ଫିଲ୍ମ ଛପାକ ରେ ଦେଖିବାକୁ ମିଳିଥିଲା। ଶକୁନ୍ ବତ୍ରାଙ୍କ ନିର୍ଦେଶୀତ ଫିଲ୍ମର ସୁଟିଂ ପାଇଁ ଶ୍ରୀଲଙ୍କା ଯିବାକୁ ଥିବାବେଳେ ବର୍ତ୍ତମାନ କରୋନା ମହାମାରୀ ପାଇଁ ତାହା କ୍ୟାନସଲ କରିବାକୁ ପଡିଛି। ଏପର୍ୟ୍ୟନ୍ତ ଟାଇଟଲ୍ ହେବାକୁ ଥିବା ଏହି ଚଳଚ୍ଚିତ୍ର କରଣ ଜୋହର ଏବଂ ଅପୂର୍ବ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ ହେବ ଏବଂ ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ ରିଲିଜ୍ ହେବାର କାର୍ୟ୍ୟକ୍ରମ ରହିଛି।deepika sidh

LEAVE A REPLY

Please enter your comment!
Please enter your name here

- Advertisment -

Most Popular