spot_img

ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ମଡେଲିଂରେ ନଜର ଆସିଥିଲେ ଏହିସବୁ ଅଭିନେତ୍ରୀ, କିଏ ସାଜିଥିଲେ Miss World ତ ଆଉ କିଏ Miss Universe

ଅନେକ ବଲିଉଡ୍ ଅଭିନେତ୍ରୀ ମଡେଲିଂ କରି ଫିଲ୍ମ ଜଗତରେ ପାଦ ଥାପିବା ସହ ମିସ୍ ୱାଲ୍ଡ ମୁକୁଟ ହାସଲ କରିଛନ୍ତି । ସେଥିରୁ ଆମେ କିଛି ଭାରତୀୟ ଅଭିନେତ୍ରୀଙ୍କ କଥା କହିବାକୁ ଯାଉଛୁ ଯେଉଁମାନେ ଖୁବ୍ କମ୍ ବୟସରେ ମିସ୍ ୟୁନିଭର୍ସ ହୋଇ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ।
ହାଇଦ୍ରାବାଦ ରେ ଜନ୍ମିତ ସୁଶ୍ମୀତା ସେନ୍ ୧୮ ବର୍ଷ ବୟସରେ ମିସ୍ ୟୁନିଭର୍ସ ହେବା ପରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । । ଖୁବ୍ କମ ବୟସରେ ସୁଶ୍ମିତା ସେନ୍ ମିସ୍ ୟୁନିଭର୍ସର ବିଜେତା ହେବାରେ ପ୍ରଥମ ଭାରତୀୟ ମହିଳା ଥିଲେ । ତାଙ୍କର ପ୍ରଥମ ଫିଲ୍ମ “ଦସ୍ତକ” ୧୯୯୬ ମସିହାରେ ରିଲିଜ୍ ହୋଇଥିଲା, ଯେଉଁଥିରେ ସରଦ୍ କପୁର ଅପୋଜିଟ୍ ଚରିତ୍ରରେ ନଜର ଆସିଥିଲେ ।

lara_dutta_winସେହିଭଳି ସୁଶ୍ମୀତା ସେନଙ୍କ ପରେ ଲାରା ଦତ୍ତା ୨୦୦୦ ମସିହାରେ ମିସ୍ ୟୁନିଭର୍ସ ହୋଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା । ପୂର୍ବରୁ ସେ ମଡେଲିଂ କରିବା ପରେ ଫିଲ୍ମ ଲାଇନ ରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା “ଅନ୍ଦାଜ୍” ।

AISWARIYAଏହାପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମିସ୍ ୱାଲ୍ଡ ରେକର୍ଡ କରି ଚର୍ଚ୍ଚାକୁ ଆସିଥିଲେ । ଐଶ୍ୱର୍ଯ୍ୟାଙ୍କର ଛୋଟ ବେଳୁ ମଡେଲିଂ ଓ ଆଙ୍କରିଂ ରେ ଇଛା ରହିଥିଲା । ୧୯୯୭ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଐଶ୍ୱର୍ଯ୍ୟା ପ୍ରଥମେ ତାମିଲ୍ ଫିଲ୍ମରୁ ହିଁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

PRIYANKAସେହିପରି ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟ ଲାଭ କରି ପୁରା ଦୋର ନାଁ ଉଜ୍ୱଳ କରିଥିଲେ । ସୂଚନା ଯୋଗ୍ୟ ପ୍ରିୟଙ୍କା ପ୍ରଥମେ ଜଣେ ଅଭିନେତ୍ରୀ ହେବାର ଇଛା ରଖିନଥିଲେ । ସେ ଜଣେ ସଫଳ ଇଂଜିନିୟର ହେବାର ଇଛା ରଖିଥିଲେ । କିନ୍ତୁ ଆଜି ତାଙ୍କର ଚର୍ଚ୍ଚା ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଚାରିଆଡେ । ସମସ୍ତେ ତାଙ୍କୁ ରୋଲ୍ ମଡେଲ୍ ମଧ୍ୟ ମାନୁଛନ୍ତି । ପ୍ରିୟଙ୍କା ଚୋପ୍ରା ପ୍ରଥମେ ତାମିଲ ଫିଲ୍ମ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ମଡେଲିଂରେ ନିଜର ପ୍ରତିଭା ଦେଖାଇବାରେ ସଫଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular