ମୁମ୍ବାଇ-ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରାୟତ ସୋସିଆଲ ମିଡିଆରେ ଯୋଗ ମନ୍ତ୍ର ବିଷୟରେ ଆଲୋଚନା ମଧ୍ୟ କରିସାରିଛନ୍ତି । ସେ ବଲିଉଡରେ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଯିଏ ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଶିଳ୍ପା ସେଟ୍ଟୀ ନିଜକୁ ଫିଟ ରଖିବା ପାଇଁ କାହାଠୁ ପ୍ରେରଣା ପାଆନ୍ତି ସେ ବିଷୟରେ ନିଜର ଇନଷ୍ଟାଗ୍ରାମରେ ଖୁଲାସା କରିଛନ୍ତି ନିଜ ଫିଟନେସର ରାଜ୍ ।
ଶିଳ୍ପା ସେଟ୍ଟୀ ଏକ ଭିଡିଓ ସେୟାର କରିଛନ୍ତି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଯେଉଁଥିରେ ସୁଖି ତଥା ସାର୍ଥକ ଜୀବନରେ ପ୍ରେରଣା ଦେଉଥିବା ୧୨୩ବର୍ଷିୀୟ କାଶୀର ଫେମସ୍ ବାବା ଶିବାନନ୍ଦ ନଜର ଆସୁଛନ୍ତି ।
ଏଥିସହ କ୍ୟାପସନରେ ସେ ଲେଖିଛନ୍ତି ସବୁଠୁ ଅଧିକା ଖୁସି ମଣିଷ । ସାନଦାର ଓ ସକାରତ୍ମକ ବ୍ୟକ୍ତିତ୍ୱ ଶିବାନନ୍ଦ ବାବା ।ସେ ୧୨୩ ବର୍ଷର । ନିଜର ସୁଖଭରା ଜୀବନ ପାଇଁ ସେ ଆମର ଆର୍ଦଶ । ବାବାଙ୍କ ଅନୁଯାୟୀ ଭଲ ବିଚାର,ଭଲ କର୍ମ ସର୍ମିପିତ ଜରିଆରେ ଆମେ ଇଶ୍ୱରଙ୍କୁ ପାଇପାରିବା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0