ଭୁବନେଶ୍ୱର: ଦିନ ୧ଟା ସୁଦ୍ଧା ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାଯାଇଛି। ବାଲେଶ୍ୱର ବିଧାନସଭାରେ ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି। ପୋଷ୍ଟାଲ ବାଲାଟରେ ମୋଟ ଭୋଟ ସଂଖ୍ୟା ୭,୧୮୪ ଥିବା ବେଳେ ବିଜେଡି ଖାତାରେ ୩,୪୨୭ ପଡ଼ିଥିବା ବେଳେ ଓ ବିଜେପି ୨,୮୧୨ ଭୋଟ ହାତେଇ ପାରିଛି । ସେହିପରି, ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ ଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡିକୁ ୩,୮୫୨ ଭୋଟ ମିଳିଛି। ବିଜେଡି ପଛକୁ ବିଜେପିକୁ ୨,୭୭୪ ଓ କଂଗ୍ରେସକୁ ମିଳିଛି ୪୪୨ ଭୋଟ। ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍ରେ ୭ଟି ଲେଖାଏଁ ୧୪ଟି ଟେବୁଲ ଓ ତୃତୀୟ ହଲ୍ରେ ପୋଷ୍ଟାଲ୍ ବ୍ୟାଲଟ୍ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0