spot_img

ବିହାର ବିଧାନସଭା ନିର୍ବାଚନରେ ଏନଡ଼ିଏ ଆଗରେ

ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣନା। ଦିନ ଏଗାରଟା ସୁଦ୍ଧା ଏନଡିଏ ଆଗରେ ରହିଛି। ମହାମେଣ୍ଟ ପଛେଇ ଯାଇଛି। ମହାମେଣ୍ଟରେ ଆରଜେଡି ଆଗରେ ଥିବା ବେଳେ କଂଗ୍ରେସ ପଛରେ ରହିଛି। ଏହା ସହ ବିଜେପି ଏନଡିଏରେ ଭଲ ପ୍ରଦର୍ଶନ କରୁଛି। ତେବେ ଜେଡିୟୁ ପୂର୍ବପରି ଭଲ ପ୍ରଦର୍ଶନ କରୁନଥିବା ଦେଖିବାକୁ ମିଳିଛି।ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ଥିଲା। ପଛରେ ଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। ତେବେ ଦୁଇ ମେଣ୍ଟ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ଏପର୍ଯ୍ୟନ୍ତ ବିହାରରେ ୨୧୮ଟି ଆସନର ଟ୍ରେଣ୍ଡ ଆସିଛି। ଏନଡିଏ ୧୨୬ଟି ଆସନରେ ମହାମେଣ୍ଟ ୧୦୦ଟି ଆସନରେ ଆଗରେ ରହିଛି। ଏହା ସହିତ ବାମ ଦଳ ମଧ୍ୟ କିଛି ସ୍ଥାନରେ ଆଗରେ ରହିଛି। ସରକାର ଗଢ଼ିବାକୁ ହେଲେ ମେଣ୍ଟ ଦଳକୁ ସର୍ବନିମ୍ନ ୧୨୨ଟି ଆସନରେ ବିଜୟୀ ହେବାକୁ ହେବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular