spot_img

ଲାଇନଚ୍ୟୁତ୍ ହେଲା ମାଲବାହୀ ଟ୍ରେନ

କୋରାପୁଟ : ଲାଇନଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ । କୋରାପୁଟ-ଜୟପୁର ମଝିରେ  ମାନବାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଛି। ଛତିଶଗଡ଼ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଟ୍ରେନ୍‌ଟି ଯାଉଥିବା ବେଳେ  ତାହାର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଛି।  ଦୁର୍ଘଟଣା ଯୋଗୁଁ ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍‌ଟି ଲୁହା ପଥର ଗୁଣ୍ଡ ନେଇ କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ତେବେ ମାଲବାର ଷ୍ଟେସନ୍‌ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇ ଓଲଟିପଡିଥିଲା । ତେବେ ଲାଇନ୍‌ଚ୍ୟୁତ ହୋଇଥିବା ୧୨ଟି ବଗି ମଧ୍ୟରୁ ୮ଟି ବଗି ସଂପୂର୍ଣ୍ଣ ଭାବେ ଓଲଟିପଡିଛି । ଲାଇନ୍‌ଚ୍ୟୁତର କାରଣ ଅସ୍ପଷ୍ଟ ଥିବା ବେଳେ ଉଦ୍ଧାର କାମ ଜାରି ରହିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular