ଚାନ୍ଦବାଲି : ଜମିଜମା ବିବାଦକୁ ନେଇ ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ଘଟଣା ଦେଖିବାକୁ ମିଳିଛି ବାଂଶଡ଼। ଥାନା ଅନ୍ତର୍ଗତ କରଣପଲ୍ଲୀରେ । ବିଲରେ ଜମିକୁ ପାଣି ମାଡ଼ିବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଫଳରେ ବଡ଼ଭାଇ ମଣ୍ଡୁ ମାଇତ ତାଙ୍କ ସାନ ଭାଇ ରାଧାଶ୍ୟାମ ମାଇତିକୁ କୋଦଳରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରାଧାଶ୍ୟାମ ଚିତ୍କାର କରିବାରୁ ଅନ୍ୟ ଚାଷୀମାନେ ତାଙ୍କୁ ବିଲରୁ ଉଦ୍ଧାର କରି ଭଦ୍ରକମେଡ଼କାଲକୁ ପଠାଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ରାଧାଶ୍ୟାମଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ବାଂଶଡ଼। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0