ଅସ୍ତରଙ୍ଗ : କାକଟପୁର ଯାଉଥିବା ପି.ଡବ୍ଲୁ.ଡି ରାସ୍ତାର ସମ୍ପ୍ରସାରଣ ପାଇଁ ଆରମ୍ଭ ହୋଇଛି ମାପଚୁପ । ସେଥିପାଇଁ ଅସ୍ତରଙ୍ଗ ନୋଡାଲ ପ୍ରାଥମିକ ବିଦ୍ୟାଳୟଠାରୁ ଉକୁଳେଇ ଯାଏଁ ଜବର ଦଖଲ ହଟାଇବାକୁ କାମ ଆରମ୍ଭ ହୋଇଛି । ଆଜିଠାରୁ ମାପଚୁପ ଆରମ୍ଭ ହୋଇଥିବା ତହସିଲଦାର ରାଜଲକ୍ଷ୍ମୀ ନାୟକ କହିଛନ୍ତି । ଯେଉଁ ବ୍ୟବସାୟୀ ଚିହ୍ନ ଭିତରେ ରହିବେ ତାଙ୍କୁ ସ୍ୱେଚ୍ଛାକୃତ ଭାବେ ଉଠିଯିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ କୁହାଯିବ । ସ୍ୱେଚ୍ଛାକୃତ ଭାବେ ସ୍ଥାନ ନଛାଡିଲେ ସେମାନଙ୍କୁ ନୋଟିସ୍ କରାଯିବ ବୋଲି କହିଛନ୍ତି ତହସିଲଦାର ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0