ଅଭିଯୋଗ ଅନୁଯାୟୀ ଶୀଘ୍ର କାର୍ୟ୍ୟାନୁଷ୍ଠାନ ଏବଂ ଯାତ୍ରା ସମୟରେ ହଇରାଣ ନ ହେବାକୁ ନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ଅଭିଯୋଗ ସମ୍ବନ୍ଧରେ ଶୀଘ୍ର କାର୍ୟ୍ୟାନୁଷ୍ଠାନ ପାଇଁ ଏକ ‘ଶୂନ୍ୟ ଏଫଆଇଆର’ ଦାଖଲ କରିପାରିବେ। ରେଳବାଇ ପକ୍ଷରୁ ଅସୁରକ୍ଷିତ ତଥା ଚିହ୍ନିତ ରାସ୍ତାଗୁଡ଼ିକରେ ଚଳାଚଳ କରୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଗୁଡ଼ିକରେ ଆରପିଏଫ ଓ ଜିଆରପି ମୁତୟନ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରେନ ଏସକର୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମେଲ/ଏକ୍ସପ୍ରେସ ଟ୍ରେନରେ ସ୍ଲିପର କ୍ଲାସରେ ଏସ-୧ କୋଚର ବର୍ଥ ନମ୍ବର ୬୩କୁ ଜିଆରପି/ଆରପିଏଫ କର୍ମଚାରୀଙ୍କ ପାଇଁ ସ୍ଥିରୀକୃତ କରିବାକୁ ନିଷ୍ପତ୍ତି ହୋଇଛି। ଟ୍ରେନ ଏସକର୍ଟିଂ ଆରପିଏଫ/ଜିଆରପି କର୍ମଚାରୀଙ୍କୁ ଏଫଆଇଆର ଫର୍ମ ଯୋଗାଇ ଦିଆଯାଇଛି। ଯାହା ଯାତ୍ରୀଙ୍କୁ ଏଫଆଇଆର ଦାଖଲ କରିବାକୁ ସାହାଯ୍ୟ କରିବ। ଫଳରେ ଏଫଆଇଆର ପଞ୍ଜୀକରଣ ପାଇଁ ଯାତ୍ରୀଙ୍କୁ ଯାତ୍ରା ବାତିଲ କରିବାକୁ ପଡ଼ିବ ନାହିଁ। ପୂର୍ବତଟ ରେଳପଥ ପରିସୀମା ଅଧୀନରେ ୧୦୦ ସ୍ୱତନ୍ତ୍ର ଟ୍ରେନ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏସ୍କର୍ଟିଂ ବା ପାଟ୍ରୋଲିଂ କରାଯିବ। ରେଳ ପରିସର ତଥା ଟ୍ରେନ ଯାତ୍ରା ସମୟରେ ସାମାଜିକ ବିରୋଧୀ ତଥା ଆପରାଧିକ କାର୍ୟ୍ୟକଳାପ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଶ୍ଚିତ କରିବାକୁ ଉଭୟ ମୁଖ୍ୟାଳୟ ତଥା ରେଳମଣ୍ଡଳ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 0
Total Visitors : 130308
Total Views : 9891811
Visitors Online Now : 0