ପାଟଣାଗଡ଼: ପାଟଣାଗଡ଼ ସଅଁରାପଡ଼ା ଗାଁରେ ଚାଞ୍ଚଲ୍ୟ କର ଘଟଣା । ବନ୍ଦ ଘର ଭିତରେ ପଡ଼ିଛି ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ । ସମସ୍ତ ମୃତଦେହକୁ ଘର ଭିତରେ ଘୋଡ଼ା ଯାଇଥିବା ବେଳେ ମୃତଦେହ ନିକଟରୁ ଟାଙ୍ଗିଆ ଜବତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନେ୍ଦହ ଘେରରେ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପାରିବାରିକ କଳହକୁ ନେଇ ଏପରି ହୋଇଛି । କିନ୍ତୁ କଳହ ପାଇଁ ଏହା ହୋଇଛି କି ନାହିଁ ତାହା ଏବେ ଅସ୍ପଷ୍ଟ । ଖବର ପାଇ ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଅଧିକ ଛାନଭିନ ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0