କଳାହାଣ୍ଡି : ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଡୁମେରମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସ୍ବାମୀଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ସ୍ବାମୀ ହଲେ ବିଷ୍ଣୁ ଗଉଡ । ସ୍ତ୍ରୀ ମାଧବୀ ଗଉଡଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ଗତ ବର୍ଷ ସାପ କାମୁଡାରେ ଏକମାତ୍ର ପୁଅର ମୃତ୍ୟୁ ହୋଇଥିଲା । ପୁଅ ମୃତ୍ୟୁ ପରେ ସ୍ତ୍ରୀଙ୍କର ମାନସିକ ରୋଗ ଯୋଗୁଁ ତାଙ୍କର ଚିକିତ୍ସା ଜାରି ରହିଥିଲା । ଗତକାଲି ଚିକିତ୍ସାଧୀନ ଥିବା ମାଧବୀକୁ ନେଇ ଗାଁକୁ ଫେରିବା ପରେ ସ୍ବାମୀ ପ୍ରଥମେ କୀଟନାଶକ ପିଇ ଦେଇଥିଲେ । ପରେ ସ୍ତ୍ରୀ କୀଟନାଶକ ପିଇଥିବା ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0