spot_img

ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ

ଭୁବନେଶ୍ବର :  ଚଳିତ ବର୍ଷ ଦୀପାବଳି ଅବସରରେ ରାଜଧାନୀରେ ଫୁଟିବନାହିଁ ବାଣ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ । ଏ ନେଇ ଡିସିପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ନିୟମ ଉଲଂଘନ କରି ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଡିସିପି ସୂଚନା ଦେଇଛନ୍ତି । ଜଟଣୀଠାରେ ଥିବା ତିନୋଟି ବାଣ ଗୋଦାମ ସିଲ୍ ହୋଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ଧନତେରସ୍ ରେ ସୁନା ଦୋକାନୀଙ୍କ ପାଇଁ ମଧ୍ୟ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ସୁନା କିଣାବିକା ସମୟରେ ଦୋକାନ ଭିତରେ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଉଲଂଘନ କରୁଥିବା ଦୋକାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular