ଗତ ବର୍ଷ କୋଣାର୍କର ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟର ସଫଳତା ପରେ ଚଳିତ ବର୍ଷ ପର୍ୟ୍ୟଟନ ବିଭାଗ ପାଞ୍ଚଟି ସ୍ଥାନରେ ଏହି ଉତ୍ସବର ଆୟୋଜନ କରିବାକୁ ଯାଉଛି। ମେରାଇନ ଡ୍ରାଇଭ ସହ ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଓ ସାତକୋଶିଆରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖରୁ ଏହା ଆରମ୍ଭ ହୋଇ ଫେବ୍ରୁଆରି ୨୮ ଯାଏ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକୋ ରିଟ୍ରିଟର ଲୋଗୋ ଉନ୍ମୋଚନ କରିବା ସହ କଟେଜ୍ ବୁକିଂର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ପାଞ୍ଚଟି ସ୍ଥାନରେ ଏହାକୁ ଆୟୋଜନ କରାଯାଉଛି। ଇକୋ ରିଟ୍ରିଟ ପର୍ୟ୍ୟଟକମାନଙ୍କୁ ଓଡ଼ିଶାର ପର୍ୟ୍ୟଟନକୁ ଜାଣିବା ପାଇଁ ଚମତ୍କାର ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ଜାରି ଏସଓପି ଓ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବେ ଅନୁସରଣ କରି ଇକୋ ରିଟ୍ରିଟର ଆୟୋଜନ କରାଯାଉଛି। ଏହି କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ସଂମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦାୟିତ୍ବ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ୟ୍ୟଟକମାନଙ୍କୁ କୋଭିଡ ପ୍ରୋଟୋକଲ ଅନୁଯାୟୀ ଆତିଥେୟତା ଯେଗାଇବା ପାଇଁ ପର୍ୟ୍ୟଟନ ଓ ଆତିଥେୟତା କ୍ଷେତ୍ରରେ କାର୍ୟ୍ୟ କରୁଥିବା ସଂସ୍ଥାମାନଙ୍କୁ ତାଲିମ ଦିଆଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 1