କଳାହାଣ୍ଡି: ଇତିହାସ ରଚିଲେ ଓଡିଆ ପୁଅ । ଗ୍ରୀନିଜ ବୁକ ଅପ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ପର୍ବତାରୋହୀ ଯୋଗବ୍ୟାସ । କଳାହାଣ୍ଡିରୁ ସୂଦୂର ଏଭରେଷ୍ଟ ଯାଏଁ ଥିଲା ତାଙ୍କ ଯାତ୍ରା । ପେସାରେ ସେ ଜଣେ ଶିକ୍ଷକ ହେଲେ ବି ତାଙ୍କର ପର୍ବତରୋହଣର ନିଶା ତାଙ୍କୁ ଏହି ସମ୍ମାନ ଦେଇଛି । ତେବେ ସେ ଅନଲାଇନରେ ହୋଇଥିବା ଏକ ପ୍ରତିଯୋଗିତାରେ ସାମିଲ ହୋଇ ଏହି ସଫଳତା ପାଇଛନ୍ତି । ଗତ ଅଗଷ୍ଟ ମାସରେ ଗିନିଜ ବୁକ ଅଫ ରେକର୍ଡ ତରଫରୁ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହିଙ୍କ ଫୋଟ ଅପଲୋଡ କରିବା ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ ୩ରୁ ୪ ହଜାର ପର୍ବତାରୋହଣର ଫୋଟ ଅପଲୋଡ କରାଯାଇଥିଲା । ଯେଉଁଥିରୁ ୯୯୫ ଜଣ ମନୋନିତ ହୋଇଥିଲେ । ଆଉ ଏଥିରେ ସାମିଲ ଥିଲେ ଓଡିଶାର ପର୍ବତାରୋହୀ ଯୋଗବ୍ୟାସ । ଅନ୍ୟପଟେ ଭାରତ ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ତେବେ ତାଙ୍କର ଏହି କୀର୍ତ୍ତୀଙ୍କୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲ୍ଲାର ଏସପି ଓ ଜିଲ୍ଲାପାଳ ଯୋଗବ୍ୟାସଙ୍କୁ ଜିଲ୍ଲାର ଗର୍ବ ଆଉ ଗୌରବ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି । ଯାହାଫଳରେ ଭାରତ ସାରା ବିଶ୍ୱରେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି । ପେଶାରେ ସେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଳକ ଅଧୀନସ୍ତ ରୁପ୍ରା ପଞ୍ଚାୟତ ରୂପା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାମ କରନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଟ୍ରସକେଣ୍ଡ ଆଡଭେଞ୍ଜର ।
Congratulations to Shri Jogabyasa Bhoi for finding a place in Guinness Book of World records for most photos of people mountaineering uploaded to FB in an hour. Wishing he continues to inspire young people of Kalahandi to take up adventure sports. pic.twitter.com/Jhmy4xyFYL
— SP Kalahandi (@spkalahandi) November 11, 2020
ତାଙ୍କର ଏଭଳି କୀର୍ତ୍ତିମାନ ସ୍ଥାପନ ପାଇଁ ସହାୟତାର ହାତ ବଢାଇଥିଲେ ଅନେକ ସଂସ୍ଥା । ସେଥିମଧ୍ୟରୁ ନେହେରୁ ପର୍ବାତରୋହଣ ସଂସ୍ଥାନ, ଜିମ ପର୍ବତାରୋହଣ ସଂସ୍ଥାନ, ବିଭାଗ ଏବଂ କେନ୍ଦ୍ର ପର୍ଯଟନ ଓ ସଂସ୍କୃତି ବିଭାଗ ଅନ୍ୟତମ । ଏହି କୀର୍ତ୍ତିମାନ ରଚିବା ପୂର୍ବରୁ ଯୋଗବ୍ୟାସ ୭ଟି ମହାଦେଶରୁ ୫ଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ସଫଳତାର ସହ ଚଢିଥିଲେ । ତେବେ ତାଙ୍କର ଏହି କିର୍ତ୍ତୀମାନ ପଛର ସମସ୍ତ ଶ୍ରେୟ ତାଙ୍କ ବାପା ମା’ ଏବଂ ଶ୍ରୀମା ଓ ଶ୍ରୀ ଅରବିନ୍ଦକୁ ଦେଇଛନ୍ତି । ଏହା ସହ ତାଙ୍କର ଏହି ସଫଳତାକୁ ରାଜ୍ୟ ଉଦେଶ୍ୟରେ ଉସ୍ୱର୍ଗ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0