ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବେ ଡିଜିଟାଲ ପ୍ଲାଟଫର୍ମରେ ଦେଖାଦେବେ । ତେବେ ‘ଏମଟିଭି ନିଷେଧ ଅଲୋନ ଟୁଗେଦର’ ୱେବସିରିଜରେ ପ୍ରଥମଥର ପାଇଁ ଅଭିନୟ କରିବା ପାଇଁ ଯାଉଛନ୍ତି ସାନିଆ । ଅନ୍ୟପଟେ ଟିବି ପ୍ରତି ସଚେତନତା କରିବା ହିଁ ଏହି ଶୋ’ର ମୂଳ ଲକ୍ଷ୍ୟ ରହିଛି । ସାନିଆଙ୍କ କହିବା ଅନୁସାରେ, ଆମର ସବୁଠାରୁ ପୁରୁଣା ସମସ୍ୟା ମଧ୍ୟରେ ଟିବି ଗୋଟିଏ । ଟିବି ସମ୍ପର୍କରେ ଉଜାଗର ହୋଇଥିବା ଅଧା ମାମଲାରେ ପୀଡିତଙ୍କ ବୟସ ୩୦ ବର୍ଷରୁ କମ । ଏହି ରୋଗ ସହ ଲଢିବା ଓ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ନିହାତି ଦରକାର । ଏମଟିଭି ନିଷେଧ ଅଲୋନ ଟୁଗେଦର ଏକ ନିଆରା ଓ ପ୍ରଭାବଶାଳୀ ଉପାୟରେ ସନେ୍ଦଶ ଦେଇଥାଏ । ଆଜିର ଯୁବପିଢି ଦେଶକୁ କ୍ଷତି ପହଞ୍ଚାଉଥିବା ସମସ୍ୟା ପ୍ରତି ଅଧିକ ସଚେତନ, ସମ୍ବେଦନଶୀଳ ଓ ସତର୍କ ବୋଲି ସାନିଆ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0