spot_img

ସୁନା ଗହଣା ଲୁଟର ପର୍ଦ୍ଦାଫାଶ

ଛତିଶଗଡ଼: ଛତିଶଗଡ଼ ସୁନା ଗହଣା ଲୁଟର ପର୍ଦ୍ଦାଫାଶ । ବରଗଡ଼ ଜିଲ୍ଲା ସୋହେଲା ପୋଲିସ କରିଛି ଏହି ଲୁଟର ପର୍ଦ୍ଦାଫାଶ । ଏନେଇ ୬ଜଣଙ୍କକୁ ଗିରଫ କରିବା ସହ ଗହଣା ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋହେଲାର ରବି ବରିହା । ବଣ୍ଟି ଦାସ, ରମେଶ ଗଡ଼ତିଆ, ନାରାୟଣ ବାଗ ଏବଂ ଖଇଟାର ଗ୍ରାମର ମହେନ୍ଦ୍ର ସାହୁ । ଗତ ୬ତାରିଖ ଛତିଶଗଡ଼ ସୁନା ବ୍ୟବସାୟୀ ସାଗର ଜୈନଙ୍କ କର୍ମଚାରିଙ୍କଠୁ ହୋଇଥିଲା ଏହି ଲୁଟ । ସୁନା ବିକ୍ରିପାଇଁ ବରଗଡ଼ ଆସିଥିଲେ ଏହି ଦୁଇ କର୍ମଚାରୀ । ସୁନା ବିକ୍ରିକରି ଫେରୁଥିବା ସମୟରେ ଏକ କମାଣ୍ଡର ଜିପିରେ ଆସି ୮୦୦ଗ୍ରାମର ସୁନା ସହ ନଗଦ ଏକ ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ପୋଲିସ ଆଗରେ ଅଭିଯୋଗ କରିଥିଲେ ଉକ୍ତ ଦୋକାନ କର୍ମଚାରୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular