ନୂଆଦିଲ୍ଳୀ: ସମସ୍ତ ଗାଡି ପାଇଁ ବାଧ୍ୟତା ମୂଳକ ହେବ ଫାଷ୍ଟଟ୍ୟାଗ ବ୍ୟବସ୍ଥା । ଏନେଇ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ୨୦୨୧ ସୁଦ୍ଧା ସମସ୍ତ ପୁରୁଣା ଗାଡି ପାଇଁ ଫାଷ୍ଟଟ୍ୟାଗ ବ୍ୟବସ୍ଥା ଲାଗୁ କରାଯିବ । କେନ୍ଦ୍ରୀୟ ମୋଟରଯାନ ଆଇନ ୧୯୮୯ର ସଂଶୋଧନ କରାଯାଇଛି । ଅନ୍ୟପଟେ ଏହି ଆଇନ ଅନୁସାରେ, ୧ ଡିସେମ୍ବର ୨୦୧୭ରୁ ବିକ୍ରି ହୋଇଥିବା ସମସ୍ତ ଚାରି ଚକିଆ ବାହନର ସମସ୍ତ ପ୍ରକାର ପଞ୍ଜିକରଣ ପାଇଁ ଫାଷ୍ଟଟ୍ୟାଗ ବାଧ୍ୟତା ମୂଳକ କରାଯାଇଛି । ଏପରି ହେବାଦ୍ୱରା ବାହନ ନିର୍ମାଣକାରୀ ଶିଳ୍ପ ଓ ସେମାନଙ୍କର ବିକ୍ରେତା ମାନେ ବାହାନ ବିକ୍ରି ବେଳେ ଏହାକୁ ବାଧ୍ୟତା ମୂଳକ କରାଇବା ଆରମ୍ଭ କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0