ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ପୁରିଲା ୩୭ ବର୍ଷ । ତାଙ୍କ ଜନ୍ମ ଦିନ ଅବସରରେ କ୍ୟାଟ୍ରିନା ଲାଇଫ୍ ଷ୍ଟାଇଲ୍ ଆସନ୍ତୁ ଜାଣିବା ।
ବଲିଉଡ ଜଣାଣୁଶା ଚୁଲବୁଲି ନାୟିକା କ୍ୟାଟ୍ରିନା କୈଫ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କ୍ୟାଟ୍ ୨୦୦୩ ରେ ତାଙ୍କର ପ୍ରଥମ ‘ବୁମ୍’ ଫିଲ୍ମ କରି ଚର୍ଚ୍ଚା କୁ ଆସିଥିଲେ । କ୍ୟାଟ୍ରିନା ତାଙ୍କର କ୍ୟାରିୟର୍ ମାଲାୟାଲାମ୍ ଫିଲ୍ମ ରୁ ଆରମ୍ଭ କରିଥିଲେ । ଏହା ପୁର୍ବରୁ କ୍ୟାଟ୍ ମଡେଲିଂ କରୁଥିବାର ନଜରକୁ ଆସି ଅନେକ ଲୋକଙ୍କ ମନ କିଣି ନେଇଥିଲେ । କ୍ୟାଟ୍ରିନା ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ସହ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । କ୍ୟାଟ୍ରିନାଙ୍କୁ ସଲମାନ ଖାନ ତାଙ୍କର ଫିଲ୍ମ ‘ମେନେ ପ୍ୟାର୍ କିୟୁ କିୟା’ ରେ ଅଫର ଦେଇଥିଲେ । ପରେ ଉଭୟଙ୍କୁ ବିଭିନ୍ନ ପାର୍ଟି ଏବଂ ପବ୍ଲିକ୍ ସ୍ଥାନରେ ଦେଖିବାକୁ ମିଳିଥିଲା । ତାଙ୍କ ଯୋଡିକୁ ମଧ୍ୟ ଫ୍ୟାନ୍ସ ମାନେ ପସନ୍ଦ କରୁଥିଲେ ।
ସଲମାନଙ୍କ ପରେ କ୍ୟାଟ୍ରିନା ରନବୀର କପୁରଙ୍କ ସହ ‘ ଅଜବ ପ୍ରେମ୍ କି ଗଜବ କାହାନୀ’ କରି ଚର୍ଚ୍ଚା କୁ ଆସିଥିଲେ । ରନବୀର ଓ କ୍ୟାଟଙ୍କ ସମ୍ପର୍କକୁ ସଲମାନ ଅସ୍ୱୀକାର କରିଥିଲେ । କ୍ୟାଟି୍ରନା ଏଯାବତ୍ ବହୁ ବଲିଉଡ୍ ଫିଲ୍ମରେ କାମ କରି ଲୋକଲୋଚନକୁ ଆସିଛନ୍ତି “ ନମସ୍ତେ ଲଣ୍ଡନ, ପାର୍ଟନର, ୱେଲକମ୍, ରେସ୍ , ଅଜବ ପ୍ରେମ୍ କି ଗଜବ କାହାନୀ, ଦେ ଦନାଦନ, ଏକ ଥା ଟାଇଗର୍” ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0