ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବା ଟେଲି ମେଡିସିନ୍ ସେବା । କରୋନା ମହାମାରୀ ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାରଏପରି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସ୍ୱାସ୍ଥ୍ର୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିି । ଟେଲି ମେଡିସିନ୍ ସେବା ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ଟି ମେଡିକାଲ କଲେଜରେ ମିଳିବ । ରାଉରକେଲ RGH , କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭବନ ଓ କ୍ୟାନସର ହସ୍ପିଟାଲରେ ମିଳିବ । ମେଡିକାଲ କଲେଜରେ ୨୪ ଘଣ୍ଟିଆ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ରୁ ସନ୍ଧ୍ୟା ୫ଟାଯାଏ ସେବା ପ୍ରଦାନ କରାଯିବ । ଟେଲି ମେଡିସିନ୍ ବ୍ୟବସ୍ଥା ପାଇଁ ପ୍ରତି ମେଡିକାଲକୁ ୨ ମୋବାଇଲ ଓ ସିମକାର୍ଡ ଯୋଗାଇ ଦେଇଛି ଓକାକ୍ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1