spot_img

ଇମ୍ରାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ ରମିୟମ

ଇସଲାମବାଦ: ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ। ମରିୟମ୍ କହିଛନ୍ତି ଯେ ସେ ଜେଲରେ ଥିବାବେଳେ ତାଙ୍କ ବ୍ୟାରେକ୍ ଗାଧୁଆ ଘରେ କ୍ୟାମେରା ମଧ୍ୟ ଲଗାଯାଇଥିଲା। ଏହି କ୍ୟାମେରା ଗୁଡିକ ପ୍ରଶାସନ ପକ୍ଷରୁ ଲାଗା ଯାଇଥିଲା। ମରିୟମ୍ କହିଛନ୍ତି ଯେ ଏହା ଜଣେ ମହିଳାଙ୍କ ପ୍ରତି ଅପମାନ । ସୂଚନାଅନୁସାରେ, କିଛି ଦିନ ପୂର୍ବେ ସେନା ଏବଂ ଆଇଏସଆଇ ଅଧିକାରୀମାନେ କରାଚିରେ ଥିବା ତାଙ୍କ ହୋଟେଲରେ ଜବରଦସ୍ତ ପ୍ରବେଶ କରି ମରିୟମଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲେ। ମରିୟମ କହିଛନ୍ତି ଯେ ତାଙ୍କୁ ଇମ୍ରାନ ଖାନ ସରକାର ଦୁଇଥର ଜେଲକୁ ପଠାଇଛନ୍ତି। ସେହିପରି ମରିୟମ୍ କହିଛନ୍ତି ଯେ ଯଦି ମୁଁ ଜେଲରେ ଥିବା ପରିସ୍ଥିତି ବିଷୟରେ କୁହେ, ତେବେ ଏହା ଆଶ୍ଚର୍ୟ୍ୟଜନକ ମନେହୁଏ, ସେଠାରେ ମହିଳାମାନଙ୍କୁ କିପରି ବ୍ୟବହାର କରଯାଏ, ତାହା ଭାଷାରେ କହିହେବ ନାହିଁ । ଏପରି ଉଲ୍ଲେଖ କରି ଚର୍ଚ୍ଚାରେ ଏବେ ରମିୟମ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular