ନୂଆଦିଲ୍ଲୀ: ଟୁଇଟରକୁ ନୋଟିସ୍ ପଠାଇଲେ କେନ୍ଦ୍ର ସରକାର । ଲେହକୁ ଲଦାଖ ପରିବର୍ତ୍ତେ ଜମ୍ମୁ-କାଶ୍ମୀରର ଏକ ଅଂଶ ଦେଖାଇବାକୁ ନେଇ କେନ୍ଦ୍ର ସରକାର ଟୁଇଟରକୁ ନୋଟିସ୍ ଜାରି କରିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନଭେମ୍ବର ୯ରେ ଟୁଇଟରର ବିଶ୍ୱ ଉପାଧ୍ୟକ୍ଷଙ୍କୁ ପଠାଯାଇଥିବା ବିଜ୍ଞପ୍ତିରେ କହିଛି ଯେ ଭାରତୀୟ ସଂସଦର ସାର୍ବଭୌମତ୍ୱ ପାଇଁ ଇଚ୍ଛାଶକ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏହା ଏକ ପ୍ରୟାସ । ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟ ଭାବେ ବର୍ଣ୍ଣନା କରାଯାଇଛି ଏବଂ ଲେହ ହେଉଛି ଏହାର ମୁଖ୍ୟାଳୟ । କିନ୍ତୁ ଟୁଇଟର ଲେହକୁ ଜମ୍ମୁ କାଶ୍ମୀରର ଏକ ଅଂଶ ବୋଲି ବର୍ଣ୍ଣନା କରିଛି । ଭୁଲ ମାନଚିତ୍ର ଦେଖାଇ ଭାରତର ଅଖଣ୍ଡତା ସହିତ ଖେଲିବା ପାଇଁ କାହିଁକି ଚେଷ୍ଟା କରାଯାଉଛି ଏବଂ ଏହାର କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ୫ ଦିନ ମଧ୍ୟରେ ଟୁଇଟରକୁ ମନ୍ତ୍ରଣାଳୟ କହିଥିଲା । ଟୁଇଟରର ଏଭଳି ଭୁଲ ପାଇଁ ଆଇଟି ଆକ୍ଟର ଧାରା ୬୯ ଏ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କୁ ୬ ମାସ ଜେଲ ହୋଇପାରିବ । ପୂର୍ବରୁ ଏକ ଲାଇଭ ପ୍ରସାରଣରେ ଟୁଇଟର ଲେହକୁ ଚାଇନାର ଅଂଶ ଦେଖାଇଥିଲା । ଏହା ପରେ ଆଇଟି ମନ୍ତ୍ରଣାଳୟ ଟୁଇଟର ସିଇଓ ଜ୍ୟାକ ଡୋର୍ସିଙ୍କୁ ଚିଠି ଲେଖି ଏହାର ଦୃଢ ଆପତ୍ତି ପ୍ରକାଶ କରିଥିଲା । ପରେ ଯୁଗ୍ମ ସଂସଦୀୟ କମିଟି ଆଗରେ ଟୁଇଟର ମଧ୍ୟ କ୍ଷମା ପ୍ରାଥନା କରିଥିଲା ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0