spot_img

ବଢିଲା ପାକ୍ ଯବାନଙ୍କ ମୃତ୍ୟୁ ସଂଖ୍ୟା

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ଗତକାଲି ଉତ୍ତର ଜମ୍ମୁକଶ୍ମୀରର ବିଭିନ୍ନ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ୩ଜଣ ଯବାନ ସହିଦ ହୋଇଥିଲେ ଏବଂ ୪ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଭାରତୀୟ ସେନା ମଧ୍ୟ ଏହାର କହା ଜବାବ ଦେଇଥିଲା । ଗୁଳିବିନିମୟ ଜାରି ରହିଥିବା ବେଳେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ୮ ଜଣ ପାକ୍ ସୈନିକ ନିହତ ହୋଇଥିବା ଖବର ମିଳିଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟା ବଢ଼ି ୧୧ରେ ପହଞ୍ଚିଛି ବୋଲି ଜଣାପଡ଼ିଛି । ଏହା ସହ ପାକିସ୍ତାନର ୧୬ଜଣ ସୈନିକ ଆହତ ହୋଇଥିବାର ଖବର ମିଳିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular