ଭୁବନେଶ୍ୱର : କରୋନା ସଂକ୍ରମିତ ହେଲେ ବୃଦ୍ଧ ଦମ୍ପତି। ପୁଣି ଏକାଠି ମହାମାରୀ କରୋନକୁ ପରାସ୍ତ କରି ସୁସ୍ଥ ହୋଇ ଫେରିଛନ୍ତି। ୯୬ ବର୍ଷର ବୃଦ୍ଧ ଏବଂ ୮୮ ବର୍ଷର ବୃଦ୍ଧା ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା ସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ କୋଭିଡ ହସ୍ପିଟାଲ୍ରେ ଉତ୍ତମ ଚିକିତ୍ସା ଯୋଗୁଁ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ ନଭେମ୍ବର ୭ ତାରିଖରେ କରୋନା ସଂକ୍ରମିତ ହେବା ପରେ ଏହି ବୃଦ୍ଧ ଦମ୍ପତିଙ୍କୁ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅଧିକ ବୟସ ଯୋଗୁଁ ଉଭୟଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା। କରୋନା ସଂକ୍ରମିତ ହେବା ପରେ ଜ୍ୱର ଏବଂ କାଶ ମଧ୍ୟ ହେଉଥିଲା। ତେବେ ସମ୍ କୋଭିଡ ଟିମ୍ର ଚିକିତ୍ସା ଓ ଯତ୍ନ ଫଳରେ ଦମ୍ପତି ସୁସ୍ଥ ହୋଇ ଏକା ସଂଗରେ ଘରକୁ ଫେରିଛନ୍ତି ।
ଘରକୁ ଫେରିବା ସମୟରେ ଉଭୟ ବୈଦ୍ୟନାଥ ଓ ଶକୁନ୍ତଳା ସମ୍ କୋଭିଡ ହସ୍ପିଟାଲ୍କୁ ପ୍ରଶଂସା କରିବା ସହ ତାଙ୍କୁ ଚିକିତ୍ସା କରିଥିବା କୋଭିଡ ଟିମ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି କେନ୍ଦ୍ରାପଡାର ଗନ୍ଧର୍ବ ଚରଣ ସାହୁ (୭୩) ମଧ୍ୟ କୋଭିଡ ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରିଛନ୍ତି । ଚିକିତ୍ସା ସହିତ ସ୍ନେହ, ଆଦର ଓ ଯତ୍ନ ଯୋଗୁଁ ସେ ସୁସ୍ଥ ହୋଇଛନ୍ତି ବୋଲି କହି ସମ୍ କୋଭିଡ ଟିମ୍ର ସେ ଉଚ୍ଚ ପ୍ରଶଂସା କରିଛନ୍ତି



Visitors Today : 2
Total Visitors : 130428
Total Views : 9891959
Visitors Online Now : 0