spot_img

ମଧୁବନ ଛକରେ କାର ଦୁର୍ଘଟଣା: ୭୫ ବର୍ଷୀୟ ବୃଦ୍ଧ ଗୁରୁତର

ଖୋର୍ଦ୍ଧା: ବାଲିପାଟଣା ରାସ୍ତାର ମଧୁବନ ଛକଠାରେ କାର ଦୁର୍ଘଟଣା ଗ୍ରସ୍ତ । ଫଳରେ ଗାରେଡିପାଞ୍ଚଣର ରାଧାକୃଷ୍ଣ ପରିଡା ନାମକ ଜଣେ ୭୫ ବର୍ଷର ବୃଦ୍ଧା ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ବସ୍ତା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ବାଲିପାଟଣା ଅଭିମୁଖେ ଏକ କ୍ରେଟା କାର ଦ୍ରୁତ ଗତିରେ ଆସୁଥିବା ବେଳେ ବୃଦ୍ଧ ରାଧାକୃଷ୍ଣ ମନ୍ଦିରରୁ ପୂଜା ସାରି ଫେରୁଥିଲେ । କାରଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । କାର ଚାଳକ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular