ପାଟନା: ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ସେ ୭ମ ଥର ଲାଗି ପାଟନା ସାହେବ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଏମିତିକି ପୂର୍ବରୁ ମଧ୍ୟ ସେ ନୀତୀଶ ସରକାରରେ ମନ୍ତ୍ରୀ ଥିଲେ । ଏବେ ବିହାରରେ ଏନଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଉଭୟ ଭାଜପା ଓ ଜେଡିୟୁ ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି । କାରଣ ଭାଜପାକୁ ବହୁମତ ମିଳିନଥିବା ବେଳେ ଆଗକୁ ବାଚସ୍ପତି ପଦ ଗୁରୁତ୍ୱ ରଖୁଥିବାରୁ ଭାଜପା ଏହାକୁ ହାତଛଡା କରିବାକୁ ଚାହୁଁ ନାହିଁ । ତେଣୁ ଜେଡିୟୁକୁ ମୁଖ୍ୟମନ୍ତ୍ରୀ ଆସନ ଦେଇ ଭାଜପା ଏବେ ଜଣେ ବରିଷ୍ଠ ନେତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଚାହୁଁଛି । ଏହି କ୍ରମରେ ନନ୍ଦକିଶୋର ଜଣେ ଅନୁଭବି ନେତା ହୋଇଥିବାରୁ ଭାଜପା ଏବେ ତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ପ୍ରୟାସ କରୁଥିବା ଜଣାପଡିଛି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1