ବିହାର: ସରିଲା ଶପଥ ସମାରୋହ । ଗତକାଲି ଶପଥ ନେବା ପରେ ଆଜି ପ୍ରଥମ କ୍ୟାବିନେଟ ବୈଠକ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ସହ ଗତକାଲି ଏନଡିଏର ୧୪ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ବିଜେପିରୁ ୭, ଜେଡିୟୁରୁ ୫ ଏବଂ ଏନଡିଏ ମେଂଟର ଦୁଇ ଛୋଟ ସହଯୋଗୀ ହମ୍ସ ଓ ଭିଆଇପି ପାର୍ଟିରୁ ଜଣେ ଲେଖାଏଁ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆଗାମୀ ୨୩ ତାରିଖରେ ବିହାରରେ ନୂଆ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ନିଯୁକ୍ତ ହେବେ କାମଚଳା ବାଚସ୍ପତି । ଯିଏ ଗୃହର ନୂଆ ସଦସ୍ୟମାନଙ୍କୁ ଶପଥପାଠ କରାଇବେ । ଏହାପରେ ବାଚସ୍ପତି ନିଯୁକ୍ତ କରାଯିବ । ମ୍ୟାଜିକ ନମ୍ବରଠାରୁ ମାତ୍ର ୩ଟି ଅଧିକ ଆସନ ପାଇଥିବାରୁ ସରକାରକୁ ସ୍ଥିର ରଖିବା ପାଇଁ ଏହି ଆସନରେ ଜଣେ ଅନୁଭବୀ ନେତାଙ୍କୁ ବସାଇବାକୁ ଚାହୁଁଛି ଏନଡିଏ । ପାଟନା ସାହେବ ଆସନରୁ ଲଗାତର ସପ୍ତମଥର ପାଇଁ ନିର୍ବାଚିତ ହୋଇଥିବା ବିଜେପିର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି କରାଯାଇପାରେ ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0