spot_img

କାର୍ଯ୍ୟାଳୟକୁ ଆସୁନାହାନ୍ତି ରାଜସ୍ୱ ନିରୀକ୍ଷକ, ଅଫିସ ଆଗରେ ଝୁଲୁଛି ତାଲା

ଯାଯପୁର: କାର୍ଯ୍ୟାଳୟକୁ ଆସୁନାହାନ୍ତି ରାଜସ୍ୱ ନିରୀକ୍ଷକ । ପ୍ରତିଦିନ ନିରୀକ୍ଷକଙ୍କ ଅପିସ ଆଗରେ ଝୁଲୁଛି ତାଲା । ଅଫିସଆଗରେ ମୋବାଇଲ ନମ୍ବର ଲେଖି ଫେରାର ହୋଇଛନ୍ତି ସରକାରୀ ବାବୁ । ଯାହାର ଦରକାରପଡ଼ିବ ସେ ବାବାୁକୁ କଲ କରିବ । ଏଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନରେ ଥିବା ମୂଷାଟିକିରି ଆର ଆଇ ଅଫିସର । ଏପରି ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ସେପଟେ ସବୁ ଜାଣିଶୁଣି ଚୁପ ରହିଛନ୍ତି ତହସିଲଦାର । ଏନେଇ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରୁ ସେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ସେ ଅଫିସକୁ ନଯାଇ ମଧ୍ୟ ଲୋକଙ୍କ କାମ କରୁଛନ୍ତି । ଏବଂ ଏ ସମ୍ପର୍କରେ ତହସିଲଦାର ମଧ୍ୟ ସବୁ ଜାଣିଛନ୍ତି । ତେବେ ଏ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ନଜର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular